Odisha Link
Bridging the Missing Links in Odisha

ଦୂର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ

ଭୁବନେଶ୍ୱର: ଦୁର୍ଗାପୂଜା ଛୁଟିରେ ମଧ୍ୟ ଆରଟିଓ ୨ ଦିନ ପାଇଁ ଖୋଲା ରହିବ। ଏନେଇ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଜ୍ଞପ୍ତି ପ୍ରକାଶ ପାଇଛି। ଦୁର୍ଗାପୂଜା ଛୁଟି ସମୟରେ ଅଧିକ ପରିମାଣର ଗାଡି ବିକ୍ରୀ ହେଉଥିବା କାରଣରୁ ଏହି ସମୟରେ ନୂଆ ଗାଡି ପଞ୍ଜୀକରଣ ଯେମିତି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଅକ୍ଟୋବର ୫ରୁ ୮ ତାରିଖ ଯାଏ ସରକାରୀ ଛୁଟି ଦିବସ ରହିଛି। ଏହି ଛୁଟି ଦିବସ ସମୟରେ ୨ ଦିନ ଅର୍ଥାତ ୫ ଏବଂ ୭ ତାରିଖରେ ଆରଟିଓ ଅପରାହ୍ନ ୩ଟରୁ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ଦୁଇ ଦିନ କେବଳ ଗାଡି ଡିଲର ମାନଙ୍କଠାରୁ ନୁଆ ଗାଡି ସମ୍ବନ୍ଧୀୟ କାଗଜପତ୍ର ଆରଟିଓଙ୍କ ଦ୍ୱାରା ଗ୍ରହଣ କରାଯିବ।

Comments are closed.