Odisha Link
Bridging the Missing Links in Odisha

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଭୁବନେଶ୍ବର:  ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆମିକସ କ୍ୟୁରି ରଂଜିତ କୁମାରଙ୍କ ନୋଟ, ରାଜ୍ୟ ସରକାର ଦାଖଲ କରିଥିବା ଅତିରିକ୍ତ ସତ୍ୟପାଠ ଓ ଦେବାଶିଷ ମିଶ୍ରଙ୍କ ମଧ୍ୟବର୍ତିକାଳୀନ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆମିକସ କ୍ୟୁରି ସେପ୍ଟେମ୍ବର ୨୭ ତାରିଖରେ ଶ୍ରୀମନ୍ଦିରକୁ ନେଇ ସୁପ୍ରିମକୋର୍ଟରେ ଏକ ନୋଟ ଦାଖଲ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟେ ୭୫ମିଟର ଉଚ୍ଛେଦ ପାଇଁ ରାଜ୍ୟ ସରକାର କଣସବୁ ପଦକ୍ଷେପ ନେଇଛନ୍ତି।
ସେପ୍ଟେମ୍ବର ୭ ତାରିଖରେ ଆମିକସକ୍ୟୁରୀ ଶ୍ରୀକ୍ଷେତ୍ର ପରିଦର୍ଶନ କରି ଯାହା ଦେଖିଛନ୍ତି, ସେହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହାଛଡା ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ର ଗତ ୩୦ ତାରିଖରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ସେହିପରି ଶ୍ରୀମନ୍ଦିର ମାମଲାରେ ଇଂଟରକଂଟିନେଂଟାଲ ଆସୋସିଏସନ ଅଫ ଲୟର୍ସର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଇନଜୀବୀ ୩୦ ତାରିଖରେ ଏକ ମଧ୍ୟ ବର୍ତିକାଳୀନ ଆବେଦନ କରିଛନ୍ତି। ମେଘନାଦ ପାଚେରୀ ଚାରିପଟେ ହେଉଥିବା ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଯାହାକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ।

Comments are closed.