Odisha Link
Bridging the Missing Links in Odisha

ହ୍ୱିଲ୍ ଚେୟାରରେ ନିଲ୍ ନିତିନ୍ ମୁକେଶ

ମୁମ୍ବଇ : ବଲିଉଡ଼ ନିର୍ଦ୍ଦେଶ ନମନ ନିତିନ୍ ମୁକେଶ ଙ୍କ ସିନେମା ‘ବାଏ ପାସ ରୋଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ନୀଲ୍ ନିତିନ୍ ମୁକେଶ ନଜର ଆସିବେ। ତାଙ୍କ ସହ ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାର ନଜର ଆସିବେ। ସିନେମାଟି ଏକ ସସ୍ପେନ୍ସ – ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ।

ଏହି ଟ୍ରେଲରରେ ନୀଲଙ୍କୁ ଏକ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଛି । ନିଲ୍ ନିତିନ୍ ମୁକେଶ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ପ୍ରଯୋଜନା ଦେଇଛନ୍ତି। ସିନେମାରେ ନୀଲଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଦେଖିବାକୁ ମିଳିବ। ସିନେମାଟି ଚଳିତ ବର୍ଷ ନଭେମ୍ବର ୧ରେ ପରଦାକୁ ଆସିବ।

Comments are closed.