Odisha Link
Bridging the Missing Links in Odisha

ୱିକେଣ୍ଡ ବାରରେ ସାମ୍ନାକୁ ଆସିଲା ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡର ନାଁ

ଭୁବନେଶ୍ବର : ବିଗବସ 13 ର ଶନିବାର ୱିକେଣ୍ଡକୁ ସମସ୍ତେ ଚାହିଁ ବସିଥାନ୍ତି କାରଣ ସେ ଦିନ ସଲମାନ ଖାନ ଘରଲୋକଙ୍କ ସହ ମଜାମସ୍ତି କରିବା ସହିତ ତାଙ୍କର କ୍ଲାସ ମଧ୍ୟ ନେଇଥାନ୍ତି । ପୁରା ସପ୍ତାହ ବିଗବସରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ସଲମାନ ଖାନ ସମସ୍ତ ପ୍ରତିଯୋଗୀଙ୍କୁ ପଚାରିଥିଲେ ବିଗବସ ହାଉସରେ ସବୁଠାରୁ ଷ୍ଟ୍ରଙ୍ଗ କନେକ୍ସନ କାହାର ଲାଗୁଛି । ଅଧିକାଂଶ ପ୍ରତିଯୋଗୀ ସହନାଜ ଗିଲ ଏବଂ ପାରସ ଛାବଡାଙ୍କର ନାମ ନେଇଥିଲେ । ସଲମାନ ‘ସିଦ୍ଧାର୍ଥ ଡେ’ ଙ୍କୁ ପ୍ରଶ୍ନ କରିଥିଲେ କି ତମେ ଏହି ଦୁଇଜଣଙ୍କ ମଧ୍ୟରେ କାହିଁକି ଆସୁଛ , ସିଦ୍ଧାର୍ଥ ଉତ୍ତର ଦେଇ କହିଥିଲେ ଆପଣଙ୍କ ସିନେମା ‘ହମ ଦିଲ ଦେ ଚୁକେ ସନମ’ରେ ଶେଷରେ ଅଜୟ ଦେବଗନ ଐଶ୍ଵର୍ଯ୍ୟା ରାୟଙ୍କୁ ନେଇଯାଇଥିଲେ ।


ଆପଣ କଣ ଅଜୟ ଦେବଗନ, ପାରସ ସଲମାନ ଖାନ ଆଉ ସହନାଜ ପଞ୍ଜାବର କ୍ୟାଟ୍ରିନା କୈଫ ନୁହେଁ ଐଶ୍ଵର୍ଯ୍ୟ ରାୟ ବୋଲି ସଲମାନ ଟିକିଏ ଅସ୍ବସ୍ତିକର ହୋଇ ପଚାରିଥିଲେ । ତାପରେ ସଲମାନ ଖାନ ଶେଫାଳି ବଗାଙ୍କର ନିଷ୍ପତ୍ତିକୁ ଠିକ କହିଥିଲେ ଓ କୁଇନ ପାଇଁ ନିଜକୁ ମନୋନୀତ କରିଥିବାରୁ ତାଙ୍କର ତାରିଫ ମଧ୍ୟ କରିଥିଲେ । ସେ କହିଥିଲେ ତମେ ନିଜକୁ ସପୋର୍ଟ କରି ଠିକ କରିଛ। ଏହାପରେ ସେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ରଶ୍ମି ଦେଶାଇଙ୍କର ମଧ୍ୟ ଭୟଙ୍କର କ୍ଲାସ ନେଇଥିଲେ ।ଏହା ବିଗବସ 13 ର ପ୍ରଥମ ୱିକେଣ୍ଡ ବାର ଥିଲା ।

Comments are closed.