Odisha Link
Bridging the Missing Links in Odisha

ତିନି ଦିନରେ ୧୦୦କୋଟି ହାସିଲ କଲା ଏହି ସିନେମା

ମୁମ୍ବଇ : ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା “ସାଇ ରା ନରସିଂହା ରେଡ୍ଡି” ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ସିନେମାଟି ଅକ୍ଟୋବର ୨ ଗାନ୍ଧୀ ଜୟୟନ୍ତୀରେ ବକ୍ସଅଫିସରେ ମୁକ୍ତିଲାଭ କରିଥିଲା । ସେହି ଦିନ ୱାର ସିନେମା ମଧ୍ୟ ରିଲିଜ ହୋଇଥିଲା ।

ଉଭୟ ସିନେମା ବକ୍ସଅଫିସରେ ଭଲ ବ୍ୟବସାୟ କରିଛି। ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଅଭିନୀତ ସିନେମା “ସାଇ ରା ନରସିଂହା ରେଡ୍ଡି” ତିନି ଦିନରେ ୧୦୦କୋଟି ହାସଲ କରିଛି ।

Comments are closed.