Odisha Link
Bridging the Missing Links in Odisha

ହାଓଡ଼ା ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଟାଇଟାନିକ୍‌ ଜାହାଜ

ଭୁବନେଶ୍ବର : ଚଳିତ ବର୍ଷ ହାଓଡ଼ାରେ ଏକ ନୂଆ ପ୍ରକାର ପୂଜା ପେଣ୍ଡାଲ ଦେଖିବାକୁ ମିଳିଛି । ଏଠାରେ ୧୦୬ ବର୍ଷ ପୂର୍ବେ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯାଇଥିବା ଟାଇଟାନିକ୍‌ ଜାହାଜକୁ ଦେଖିବାକୁ ମିଳିବ। ଏହାକୁ ରାମକୃ‌ଷ୍ଣ ସ୍ବାମୀଜୀ ସ୍ମୃତି ସଂଘ ପକ୍ଷରୁ ରାମକୃଷ୍ଣପୁର ଲଞ୍ଚ ଘାଟ ନିକଟରେ ନିର୍ମିତ କରାଯାଇଛି । ଟାଇଟାନିକ୍‌ ଜାହାଜ ସମୁଦ୍ରରେ ବୁଡ଼ିଯିବାର ଲୋମହର୍ଷଣକାରୀ ଦୃଶ୍ୟ ଯେଉଁମାନେ ସେହି ସିନେମା ଦେଖିଥିଲେ ତାଙ୍କ ମନରୁ ହୁଏତ ଲିଭି ନଥିବ। ସିନେମାଟି ବେଶ୍ ଲୋକପ୍ରିୟ ହୋଇଥିଲା । ତେଣୁ ହାଓଡ଼ାର ଏକ ପୂଜା ପେଣ୍ଡାଲ ଏହାକୁ ପୂଜା ଥିମ୍‌ ଭାବେ ବ୍ୟବହାର କରାଯାଇଛି । ପୂଜା ପେଣ୍ଡାଲର ଶେଷ ସ୍ପର୍ଶ ଦେଉଛନ୍ତି ବିଶିଷ୍ଟ ଶିଳ୍ପୀ ପ୍ରତାପ ଗିରି। ପୂଜା କମିଟି ଅଧ୍ୟକ୍ଷ ସତ୍ୟବ୍ରତ ସାମନ୍ତ କହନ୍ତି, ମା ଦୁର୍ଗାଙ୍କ ମୂର୍ତ୍ତିର ହାତ ଅବିକଳ ସୁନା ପରି ଝଟକୁଛି। ମୂର୍ତ୍ତିର ଚେହେରା ଅତି ପୁରୁଣାକାଳିଆ। ହେଲେ ଦୂରରୁ ଦର୍ଶକ ଦେଖିବେ ଟାଇଟାନିକ୍‌ ଜାହାଜ ଛିଡ଼ା ହୋଇଛି।

Comments are closed.