ଓଡ଼ିଶା ରାଜନୀତିରେ ରାମ ରାବଣ କିଏ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ରାମ-ରାବଣର ପାଠ ପଢ଼ାଇଲେ ଜଟଣୀ ବିଧାୟକ ସୁର ରାଉତରାୟ। ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସୁର ରାଉତରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧା ରାବଣ ବୋଲି ସୁର କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ।
ଦଶହରାରେ ରାବଣ ପୋଡ଼ି ପ୍ରସଙ୍ଗରେ ନିଜର ମତାମତ ଦେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ‘ଓଡ଼ିଶା ରାଜନୀତିରେ ରାବଣ ୨-୩ଜଣ ଅଛନ୍ତି। ବିଜେଡିରେ ଗୋଟିଏ ରାବଣ ଅଛନ୍ତି। ସେ ସାଙ୍ଗରେ କିଛି କର୍ମଚାରୀଙ୍କୁ ଧରି ଶାସନ କରୁଛନ୍ତି।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମ ନା ରାବଣ ପ୍ରଶ୍ନରେ ଉତ୍ତର ରଖି ସୁର କହିଛନ୍ତି, ‘ସେ ପ୍ରଥମେ ରାମ ଥିଲେ, ତା’ପରେ ମଝିରେ ରାବଣ ହୋଇଗଲେ। ଏବେ ପୁଣି ରାମ… ପୁଣି ଏବେ ଆସି ଅଧା ରାବଣରେ ପହଞ୍ଚିଲେଣି।
ସେହିପରି ବିଜେପିରେ ରାମ ନା ରାବଣ କିଏ ବୋଲି ପ୍ରଶ୍ନର ଉତ୍ତରରେ ସୁର କହିଛନ୍ତି, ‘ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ରାମ ଥିଲେ। ପୁଣି ମଝିରେ ରାବଣ ହୋଇ ଯାଇଥିଲେ। ଏବେ ଟିକେ ବାଗକୁ ଆସିଲେଣି। ଏବେ ପୁଣି ସେ ଟିକେ ଅଧାଳିଆ ହୋଇକି ଅଛନ୍ତି।
‘କଂଗ୍ରେସ ଆମର ଗୋଟିଏ ପରିବାର। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜଣେ ସୁନ୍ଦର ରାମ ଚରିତ୍ର। ସେ ମଦ ଛୁଅନ୍ତି ନାହିଁ, ନାରୀଙ୍କୁ ଅନାନ୍ତି ନାହିଁ। ସେ(ନିରଞ୍ଜନ ପଟ୍ଟନାୟକ) ହେଉଛନ୍ତି ଜ୍ଞାନ ଓ ଧନର ଭଣ୍ଡାର। ସେ ଜଣେ ଭଦ୍ର, ସରଳ ଲୋକ।’ ବୋଲି ସୁର କହିଛନ୍ତି।
ଓଡ଼ିଶା ରାଜନୀତିରେ ରାମ-ରାବଣ ଉପାଖ୍ୟାନ ବଖାଣିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜାଣନ୍ତୁ କ’ଣ କହିଲେ… #Odisha pic.twitter.com/QynY7yqKtl
— ଓଟିଭି (@otvkhabar) October 7, 2019