Odisha Link
Bridging the Missing Links in Odisha

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଲେ ଅରୁଣ ସାହୁ

ଭୁବନେଶ୍ବର: କୃଷି ମନ୍ତ୍ରୀଙ୍କ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଫିସର। ଯଦି କୌଣସି ଅଫଇସର ଅନ୍ୟାୟ ଅନୀତି କରୁଛନ୍ତି ବା କରିବେ ତାଙ୍କୁ କଡ଼ା ନିର୍ଦ୍ଦେଶ ସେଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଏପରି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସ ସମାରୋହରେ ଯୋଗଦେଇ ଏପରି କହିଛନ୍ତି ଅରୁଣ।

ଏହାସହ ଯଦି କେହି ଅଧିକାରୀ ଅନୈତିକ କାର୍ଯ୍ୟରେ ଲିପ୍ତଥାନ୍ତି ସେ ସମ୍ପର୍କରେ ତୁରନ୍ତ ଜଣାଇବାକୁ ଉଦ୍ୟୋଗୀ ଓ ଚାଷୀଙ୍କୁ କହିଛନ୍ତି। ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେ କହିଛନ୍ତି ଯେ, ବହୁତ ଅଫିସର ବହୁତ ଭଲ କାମ କରୁଛନ୍ତି। ଯଦି କେହି ଅନ୍ୟାୟ ଅନିତୀ କରିବେ ତାହାହେଲେ ତାଙ୍କୁ କଡ଼ା ନିର୍ଦ୍ଦେଶ। ସେଭଲି ସେ ନକରନ୍ତୁ।

ଉଦ୍ୟୋଗୀ ଓ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି ଯଦି ସେଭଳି କିଛି କେହି ଲାଞ୍ଚ ଦାବି କରିବେ ତାହେଲେ ତାଙ୍କ ସମ୍ପର୍କରେ ସିଧାସଳଖ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଯାହାଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ୨୦୦୦ ମସିହାରେ ମାତ୍ର ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିଲା। ବର୍ତ୍ତମାନ ଆମେ ୬୫ ଲକ୍ଷକୁ ଟପିଲୁଣି।

Comments are closed.