Odisha Link
Bridging the Missing Links in Odisha

ସିନେମା ସୁଟିଙ୍ଗ ପରେ ଦୀପିକା ଜାଳି ଦେଲେ……..

ଭୁବନେଶ୍ବର: ଦୀପିକା ପାଡୁକୋଣଙ୍କ ସିନେମା ‘ଛପାକ’ର ସୁଟିଙ୍ଗ ଶେଷ ସରିଯାଇଛି । ସିନେମାଟି ଏସିଡ ଆଟାକରେ ପ୍ରଭାବିତ ହୋଇଥିବା ଲକ୍ଷ୍ଜୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ହୋଇଛି । ଦୀପିକା ଲକ୍ଷ୍ଜୀଙ୍କ ଚରିତ୍ରରେ ନଜର ଆସିବେ । ଲକ୍ଷ୍ଜୀଙ୍କ ଭଳି ଦୀପିକା ଦେଖାଯିବା ପାଇଁ ତାଙ୍କ ଚେହେରାରେ ପ୍ରୋସ୍ତେଟିକ ମେକଅପ ଲଗାଯାଇଛି । କିନ୍ତୁ ସୁଟିଙ୍ଗ୍ ସରିଲା ପରେ ଦୀପିକା ସେହି ପ୍ରୋସ୍ତେଟିକ କୁ ଜାଳିଦେଇ ଥିଲେ । କାରଣ ଏହା ତାଙ୍କ ଉପରେ ବହୁତ ପ୍ରଭାବିତ କରୁଥିଲା ।
ସିନେମା ଦୀପିକାଙ୍କ ନାମ ମାଲତି ରହିବ ଓ ବିକ୍ରାନ୍ତ ମୌସୀ ତାଙ୍କ ବୟପ୍ରେଣ୍ଡ ଚରିତ୍ରରେ ନଜର ଆସିବେ। ଛପାକ ସିନେମାରେ ଦର୍ଶକ ଦୀପିକାଙ୍କୁ ଚିହ୍ନିବା ଅସମ୍ଭବ ହୋଇପଡିବ । ସିନେମାଟି ୧୦ ଜନୁୟାରି ୨୦୨୦ ରେ ପରଦାକୁ ଆସିବ । ମେଘନା ଗୁଲଜର ସିନେମାଟିର ନିର୍ଦେଶନା ଭାର ଉଠେଇଛନ୍ତି ।


ଆସୁନ୍ତୁ ଜାଣିବା କଣ ଘଟିଥିଲା ଲକ୍ଷ୍ଜୀଙ୍କ ସାଥିରେ
ଲକ୍ଷ୍ଜୀଙ୍କୁ ଗୋଟେ ବ୍ୟକ୍ତି ବହୁତ ଦିନ ହେଲା ପଛରେ ପଡିଥିଲା ଓ ତାଙ୍କୁ ବିବାହ କରିବାକୁ ଚାହୁଁ ଥିଲା କିନ୍ତୁ ଲକ୍ଷ୍ଜୀ ତାଙ୍କୁ ମନା କରିଥିଲେ। ସେହି ବ୍ୟକ୍ତିି ଜଣକ ୨୦୦୫ ତାଙ୍କ ଉପରକୁ ଏସିଡ ମାଡ କରିଦେଇଥିଲା । ହେଲେ ସେ ଅଧର୍ଯ୍ୟ ନହୋଇ stop acid attack campaign ଆରମ୍ଭ କରି ଦେଇଥିଲେ । ୨୦୧୪ ଲକ୍ଷ୍ଜୀଙ୍କୁ ଆମେରିକାର ପୂର୍ବ ରାଷ୍ଟପତି ଓବାମାଙ୍କ ପତ୍ନୀ ମିଶେଲ ଓବାମା ତାଙ୍କୁ ଆୱାଡ ଦେଇଥଲେ ।

Comments are closed.