Odisha Link
Bridging the Missing Links in Odisha

ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ

କଟକ: ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ରେଡ୍ ହୋଇଛି। ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ ଫାଇଲ୍‌ ଜବତ କରି ଯାଞ୍ଚ କରିଛନ୍ତି।

ଏସ୍‌ସିବି ମେଡିକାଲରେ ଘରୋଇ ସଂସ୍ଥା ଦ୍ୱାରା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ଅଧିକାରୀ ମେଡିକାଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ଚଢ଼ଉ ନେଇ ଏସ୍‌ସିବି ଅଧିକ୍ଷକ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Comments are closed.