Odisha Link
Bridging the Missing Links in Odisha

ବଜାରରେ ଚେତକ

ନୂଆଦିଲ୍ଲୀ: ଆଜି ଅଟୋମୋବାଇଲ କମ୍ପାନୀ ବଜାଜ ଚେତକ ଇଲେକଟ୍ରିକ ସ୍କୁଟର ଲଞ୍ଚ କରିଛି । କମ୍ପାନୀ ଏହି ସ୍କୁଟର ମହାରାଷ୍ଟ୍ରର ପୁଣେରେ ତିଆରି କରୁଛି । ଚେତକକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ବଜାଜର ପ୍ରଥମ ଇଲେକଟ୍ରିକ ସ୍କୁଟରର ଦିଲ୍ଲୀରେ ଲଞ୍ଚ କରିଛନ୍ତି । ଏହି ସ୍କୁଟରକୁ କମ୍ପାନୀ ୟୁରଭାନାଇଟ୍ ଇଭି ବ୍ରାଣ୍ଡ ଅଧିନରେ ଲଞ୍ଚ କରିଛି। ଅଟୋ କମ୍ପାନୀ ୟୁରଭାନାଇଟ ଇଭିକୁ ବଜାଜ ସହଯୋଗୀ କମ୍ପାନୀ ଭାବେ ମାନ୍ୟତା ଦେଇଛି। ଆଜି କମ୍ପାନୀ ଘୋଷଣା କରିଛି ଯେଉଁ ସୋ ରୁମରେ ବଜାଜର ମୋଟରସାଇକେଲ ବିକ୍ରି ହେଉଛି ସେହି ସୋରୁମରେ ଏହି ଗାଡ଼ି ବିକ୍ରି ହେବ । ଲଞ୍ଚିଂ ସମୟରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ବଜାଜ କମ୍ପାନୀର ପ୍ରତିଷ୍ଠାତା ରାଜୀବ ବଜାଜ ଉପସ୍ଥିତ ଥିଲେ।


ତେବେ ୧୯୭୨ ମସିହାରେ ଚେତକ ସ୍କୁଟର ପ୍ରଥମଥର ପାଇଁ ବଜାରକୁ ଆସିଥିଲା କିନ୍ତୁ ୨୦୦୬ରେ ଏହି ଗାଡି ନିର୍ମାଣ ବନ୍ଦ କରି ଦେଇଥିଲା।ଚେତକ ୯୦ ଦଶକରେ ଦେଶ ବିଦେଶରେ ସବୁଠାରୁ ଅଧିକ ସଫଳତା ହାସଲ କରିଥିଲା ଓ ପୁଣିଥରେ ବଜାଜ ଇଲେକଟ୍ରୋନିକ୍ସ ସ୍କୁଟର ଉପରେ ଗୁରୁତ୍ୱ ଦେଇଛି । ଦିନେ ଭାରତ ବିଶ୍ୱରେ ସବୁଠାରୁ ଅଧିକ ଇଲେକଟ୍ରୋନିକ ଯାନ ବିକ୍ରି କରୁଥିବା ଦେଶ ହେବ ଓ ସ୍କୁଟର ଗୁଡ଼ିକର ଦାମ ଆହୁରି କମିଯିବ ବୋଲି ଗଡ଼କର କହିଛନ୍ତି । ଦେଶରେ ଏବେ ବ୍ୟାଟେରୀ ନିର୍ମାଣ ହେବ। ନୀତି ଆୟୋଗର ସିଇଓ ମଧ୍ୟ ଏହି ସ୍କୁଟର ଆଗାମୀ ଦିନରେ ଦେଶ ବିଦେଶରେ ସଫଳତା ପାଇବ ବୋଲି ସେ କହିଛନ୍ତି।
ସ୍କୁଟରଟି ସ୍ପୋର୍ଟି ସାଙ୍ଗକୁ ରେଟ୍ରୋ ଲୁକ୍ ରହିଛି। ସ୍କୁଟରଟି ସମସ୍ତ ବର୍ଗଙ୍କୁ ପସନ୍ଦ ଆସିଲା ଭଳି ତିଆରି କରାଯାଇଛି । ସ୍କୁଟରରେ ଉଭୟ ଆଗ ଏବଂ ପଛ ଚକ ଟ୍ୟୁବଲେସ ଟାୟାର ,ଆଲୋଏ ହ୍ୱିଲ୍ ଏବଂ ଡିସ୍ ବ୍ରେକ୍ ରହିଛି। ଚାଳକଙ୍କ ସୁରକ୍ଷା ପାଇଁ ସ୍କୁଟରରେ ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ ମଧ୍ୟ ରହିଛି । ରିପୋର୍ଟ ଅନୁଯାୟୀ ସ୍କୁଟରର ବ୍ୟାଟେରୀ ଚାର୍ଜ ହେବା ପାଇଁ ୬ ଘଣ୍ଚା ସମୟ ଲାଗିବ ଓ ଥରେ ଚାର୍ଜ ହେଲେ ୮୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ। ସ୍କୁଟରର ଦାମ ବିଷୟରେ କୌଣସି ଘୋଷଣା କରାଯାଇ ନାହିଁ କିନ୍ତୁ ୬୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

Comments are closed.