Odisha Link
Bridging the Missing Links in Odisha

କଂଗ୍ରେସ ନେତା ସୂର୍ଯ୍ୟେଓ୍ବାଲା ମାତ୍ର ଏତିକି ଭୋଟରେ ହାରିଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ହାରିଲେ କଂଗ୍ରେସର ତୁଣ୍ଡ ରଣଦୀପ ସୂର୍ଯ୍ୟେୱାଲା। ମାତ୍ର ୫୬୭ ଖଣ୍ଡ ଭୋଟ ପାଇଁ ପରାସ୍ତ ହେଲେ ସୂର୍ଯ୍ୟେଓ୍ବାଲା।

ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା। ଏଠାରେ ସେ ବିଜୟୀ ହେବେ ବୋଲି ସମସ୍ତେ ଆଶା ମଧ୍ୟ କରିଥିଲେ। ଭୋଟ ଗଣତି ଆରମ୍ଭରୁ ସୂର୍ଯ୍ୟେୱାଲା ଲିଡ୍‌ କରୁଥିଲେ। ହେଲେ ୫ମ ରାଉଣ୍ଡ ପରେ ସ୍ଥିତି ବଦଳି ଯାଇଥିଲା। ସୂର୍ଯ୍ୟେୱାଲାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପି ନେତା ଲୀଲା ରାମ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ହେଲେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା।

ଶେଷରେ ଲୀଲା ରାମ ମାତ୍ର ୫୬୭ ଖଣ୍ଡ ଭୋଟରେ ସୂର୍ଯ୍ୟେୱାଲାଙ୍କୁ ପରାସ୍ତ କରିଦେଇଥିଲେ। ଫଳାଫଳ ପ୍ରକାଶ ପରେ ସୂର୍ଯ୍ୟେୱାଲା ବିଜୟୀ ପ୍ରାର୍ଥୀ ଲୀଲା ରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୪ରେ ସୂର୍ଯ୍ୟେୱାଲା ଏହି ଆସନରେ ବିଜୟୀ ହୋଇଥିଲେ। ହେଲେ ଏଥର ଲୋକମାନେ ତାଙ୍କୁ ସମର୍ଥନ କରିନାହାନ୍ତି।

Comments are closed.