Odisha Link
Bridging the Missing Links in Odisha

ଆଗମୀ ୪୮ ଘଣ୍ଟା ଲାଗି ରହିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ୯ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।
କମିଶନରଙ୍କ ସୂଚନା ଅନୁଯାୟୀ ୨ ଟି ବ୍ଲକରେ ୨୦୦ ଏମ୍‌ ଏମ୍‌ରୁ ଅଧିକ ବର୍ଷା ହୋଇଛି। ୪୬ ଟି ବ୍ଲକରେ ୧୦୦ଏମ୍‌ଏମ୍‌ ରୁ ଅଧିକ ବର୍ଷା ହୋଇଛି କୃଷ୍ଣ ପ୍ରସାଦ ବ୍ଳକରେ ସର୍ବାଧିକ ୨୪୯ ଏମ୍‌ଏମ୍‌ ବର୍ଷା ହୋଇଛି। ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ,କେଉଁଠି ପାଣି ଜମି ରହି ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନ ସୂଚନା ଦେଇଛନ୍ତି।
ବିଏମସି ୩୬ଟି ସ୍ଥାନକୁ ଅଧିକାରୀ ମାନଙ୍କ ପଠାଇଛି , କଟକରେ ଅଳ୍ପ କିଛି ସ୍ଥାନରେ ପାଣି ଜମି ରହି ସମସ୍ୟା ଉପୁଜିଛି, ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନ ସୂଚନା ଦେଇଛନ୍ତି । ବର୍ଷା ସରିବା ପରେ କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମଗାଯିବ। ୬ ଟି ଜିଲ୍ଲାରେ ସ୍କୁଲ ବନ୍ଦ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ସୁନ୍ଦରଗଡ, ବରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର ପ୍ରବଳ ବର୍ଷା ହୋଇଛି। ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି
୯ ଜିଲ୍ଲା ହେଲା ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, ଅନୁଗୋଳ। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୧୦୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୨ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

Comments are closed.