Odisha Link
Bridging the Missing Links in Odisha

୫ଟଙ୍କିଆ ଆହାର ଖାଇଲେ ମନ୍ତ୍ରୀ ଅରୁଣ ସାହୁ, ଦେଖନ୍ତୁ ଭିଡିଓ

ନୟାଗଡ଼: ଆହାର କେନ୍ଦ୍ରରେ ୫ଟଙ୍କିଆ ମିଲ ଖାଇଲେ କୃଷି ମନ୍ତ୍ରୀ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଗସ୍ତ ସମୟରେ ମନ୍ତ୍ରୀ ଅରୁଣ ସାହୁ ଓଡ଼ଗାଁ ସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ। ସାଧାରଣ ଲୋକଙ୍କ ପରି ଧାଡ଼ିରେ ଠିଆ ହୋଇ ପ୍ରଥମେ ୫ଟଙ୍କା ଦେଇ କୁପନ ଆଣିଥିଲେ। ପରେ ଲାଇନରେ ଠିଆ ହୋଇ ଖାଇବା ଆଣିଥିଲେ ମନ୍ତ୍ରୀ ଶ୍ରୀ ସାହୁ। ଏହାପରେ ଲୋକଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ଅରୁଣ। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକ।

ସୂଚନାଥାଉକି, ୨ଦିନ ତଳେ ସରକାରୀ ସ୍କୁଲ, ଆହାର କେନ୍ଦ୍ରରେ ଖାଦ୍ୟ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ଗସ୍ତ ବେଳେ ସ୍କୁଲ, ଅନାଥ ଆଶ୍ରମକୁ ଗସ୍ତ କରନ୍ତୁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଅଚାନକ ଯାଞ୍ଚ ସାଙ୍ଗକୁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ମଧ୍ୟ କରନ୍ତୁ। ଏହି ଗସ୍ତକୁ ଗୁପ୍ତ ରଖିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.