Odisha Link
Bridging the Missing Links in Odisha

ସରକାରୀ ପ୍ରତିଶ୍ରୁତି ଗୃହକମିଟିର ଚତୁର୍ଥ ବୈଠକ

ଭୁବନେଶ୍ବର : ସରକାରୀ ପ୍ରତିଶ୍ରୁତି ଗୃହକମିଟିଙ୍କର ଚତୁର୍ଥ ବୈଠକ ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ପ୍ରକୋଷ୍ଠ ନଂ ୫୩ରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରତିଶ୍ରୁତିର ଉତ୍ତରଗୁଡ଼ିକୁ ତର୍ଜମା କରାଯାଇ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ବିଧାୟକ ଅନନ୍ତ ଦାସ, ଡ. ନୃସିଂହ ଚରଣ ସାହୁ, ସୁକାନ୍ତ କୁମାରନାୟକ, ମକରନ୍ଦ ମୁଦୁଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.