ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ବୌଦ୍ଧ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏହି ଅଘଟଣ ଘଟିଛି ବୌଦ୍ଧ କଣ୍ଟାମାଳ ବ୍ଲକ ଲୋକପଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ ପ୍ରବଳ ବାନ୍ତି କରିଥିଲେ। ଏହାପରେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମନୋମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।