Odisha Link
Bridging the Missing Links in Odisha

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପାଇଁ ନଭେମ୍ବର ୧ ତାରିଖରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।
ଆସନ୍ତା ୧ରୁ ୯ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଜରିମନାରେ ଫର୍ମ ପୂରଣ କରିବେ। ୨ ତାରିଖରୁ ୧୧ ତାରିଖ ଯାଏ ଫି’ ଦାଖଲ କରିବେ। ସେହିପରି ୧୧ ତାରିଖରୁ ୧୬ ତାରିଖ ଯାଏଁ ଫର୍ମ ପୂରଣ କଲେ ୫୦ ଟଙ୍କା ଜରିମନା ଦେବାକୁ ପଡିବ । ଛାତ୍ରଛାତ୍ରୀମାନେ ୧୩ରୁ ୧୮ ତାରିଖ ଭିତରେ ଏହାର ଫି’ ଦାଖଲ କରିବେ । ଏହାପରେ ବିଳମ୍ବରେ ଅର୍ଥାତ୍‌ ୧୮ରୁ ୨୦ ତାରିଖ ଭିତରେ ଫର୍ମପୂରଣ କଲେ, ଛାତ୍ରଛାତ୍ରୀମାନେ ୩୫୦ ଟଙ୍କା ଜରିମନା ଦେବେ। ଏହାର ଫି’ ୧୯ରୁ ୨୧ ତାରିଖ ଭିତରେ ଦାଖଲ କରିବେ।
ସମସ୍ତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ଡିସେମ୍ବର ୨ ତାରିଖ ଯାଏ ଇ-ରିସିପ୍ଟକୁ ଦାଖଲ କରିବେ। ଏହି ତାରିଖ ପରେ କୌଣସି ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ନାହିଁ। ତେବେ ଫର୍ମ ପୂରଣ ଫି’ ୫୨୦ ଟଙ୍କା ରଖାଯାଇଥିବାବେଳେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଫି’ ୪୦ ଟଙ୍କା ରହିଛି। ପରୀକ୍ଷା କେନ୍ଦ୍ର ବଦଳିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ୫ଶହ ଟଙ୍କା ଦେବାକୁ ପଡିବ। ଆଡମିଟ୍‌ କାର୍ଡ ସାମ୍ସ ଓଡ଼ିଶା ୱେବସାଇଟ୍‌ରେ ଉପଲବ୍ଧ ହେବ। ପ୍ରତି କଲେଜର ଅଧ୍ୟକ୍ଷ ୱେବସାଇଟ୍‌ରୁ ନିଜ ପିଲାଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବେ। ଏହା ପରେ କାର୍ଡରେ ଦସ୍ତଖତ କରି ପିଲାଙ୍କୁ ଦେବେ।

Comments are closed.