Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନରେ ଝିଟିପିଟି

ଭଣ୍ଡାରାପୋଖରୀ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ଏହି ମଧ୍ୟାହ୍ନଭୋଜନ ଖାଇ ବିଦ୍ୟାଳୟର ୨୮ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କେଦାରପୁର ପ୍ରାଥମିକ ବିଦ୍ୟାଳୟରେ।
ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବେଳେ କେତେକ ପିଲା ଖାଇସାରିବା ପରେ ପିଲାମାନେ ଖାଦ୍ୟରେ ମଲା ଝିଟିପିଟି ଦେଖିଥିଲେ। ଯେଉଁ ଛାତ୍ରଛାତ୍ରୀ ଖାଦ୍ୟ ଖାଇଥିଲେ ସେମାନଙ୍କ ମଧ୍ୟରୁ ୨୮ ଜଣ ଅସୁସ୍ଥ ହୋଇଛନ୍ତି। ଗାଁଲୋକେ ଘଟଣା ବିଷୟରେ ଜାଣିବା ପରେ ବିଦ୍ୟାଳୟ ପରିସରରେ ହୋହାଲ୍ଲା କରିଥିଲେ। ଭୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଦେଇଥିବା ସୂଚନା ମିଳିଛି।

Comments are closed.