Odisha Link
Bridging the Missing Links in Odisha

ଅନଶନରେ ବସିଲେ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ଦୋଷୀ ନଳିନୀ

ଚେନ୍ନାଇ: ଜେଲରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌। ସେ ଆଜିଠୁ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଆଜି ଜଳଖିଆ ମଧ୍ୟ ଖାଇନାହାନ୍ତି।

ସେ ଦାବିରେ କହିଛନ୍ତି, ସେ ଏବଂ ତାଙ୍କ ସ୍ୱାମୀ ଭି ଶ୍ରୀହରନ୍‌ ଓରଫ ମୁରୁଗାନ୍‌ ଗତ ୨୮ ବର୍ଷ ହେବ ଜେଲରେ ଅଛନ୍ତି। ତେଣୁ ତାଙ୍କୁ ମୁକ୍ତି ଦିଆଯାଉ। ସେ ରାଜ୍ୟ ସରକାରଙ୍କୁ ଏନେଇ ବିଭିନ୍ନ ଦାବି ଜଣାଇଛନ୍ତି। ଏହି ଚିଠରେ ସେ କହିଛନ୍ତି ସେ ତାଙ୍କର ଏକମାତ୍ର ଝିଅଠାରୁ ୨୮ ବର୍ଷ ହେବ ଦୂରରେ ଅଛନ୍ତି। ଗତ କିଛି ଦିନତଳେ ନଳିନୀ ତାଙ୍କ ଝିଅ ବାହାଘର ପାଇଁ ପ୍ୟାରୋଲରେ ଯାଇଥିଲେ। ବର୍ତ୍ତମାନ ମୁରୁଗାନ୍‌ଙ୍କ ବାପା ଅସୁସ୍ଥ ଥିବାରୁ ତାଙ୍କୁ ଭାରତ ଅଣାଯିବାର ଅଛି। ନଳିନୀ ତାଙ୍କର ସ୍ୱାସ୍ଥ୍ୟର ଦେଖାଶୁଣା କରିବାକୁ ତାଙ୍କୁ ମୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି।

ପୂର୍ବରୁ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଦୋଷୀମାନେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ବହୁତ ଥର ଦାବି କରିଆସିଛନ୍ତି, ସେ ହସ୍ତକ୍ଷେପ କରି ଏମାନଙ୍କୁ ମୁକ୍ତି ଦିଅନ୍ତୁ।

Comments are closed.