Odisha Link
Bridging the Missing Links in Odisha

ମୁଁ ବିଜେଡି ଛାଡ଼ିନି: ଦାମ

ଭୁବନେଶ୍ବର: ବିଜୁ ଜନତା ଦଳକୁ ମୁଁ ଛାଡ଼ିନି। ବିଜେଡି ମତେ ବହିଷ୍କାର କରିଛି। ବିଜୁ ବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି। ଏଥିସହିତ ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି। ସାମ୍ବାଦିକଙ୍କ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ଦାମଦୋର ରାଉତ।

ସୂଚନାଥାଉକି ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ଆଜି ଅପରାହ୍ନରେ ନିଜର ପ୍ରତିକ୍ରିୟା ରଖିଥିଲେ ଦାମ। ସେ କହିଥିଲେ ଯେ, ବିଜେପୁର ଉପନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ଯେ ନବୀନ ବାବୁ ହେଉଛନ୍ତି ଅପରାଜେୟ। ଏଥିସହିତ ନବୀନଙ୍କୁ ଲୋକମାନେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି। ଆହୁରି ମଧ୍ୟ ସେ କହିଛନ୍ତି ଆଞ୍ଚଳିକ ଦଳ ଓ ନେତାଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି।

ନିକଟରେ ଦାମ ବିଜେପିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଏହା ହେଉଛି ଦାମଙ୍କର ପ୍ରଥମ ପ୍ରତିକ୍ରୀୟା। ବିଜେପି ଦଳରେ ଯୋଗ ଦେବାର ୭ ମାସ ପରେ ଦଳ ବିରୋଧରେ ଅବହେଳା ଓ କୋଣଠେସା ଅଭିଯୋଗ ଆଣି ଦଳ ଛାଡ଼ିଥିଲେ ଦାମ। ତେବେ ଆଜିର ତାଙ୍କର ଏଭଳି ମନ୍ତବ୍ୟରୁ ଦାମ ପୁଣି ଥରେ ବିଜେଡିକୁ ଫେରିବା ନେଇ ସଙ୍କେତ ମିଳୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comments are closed.