Odisha Link
Bridging the Missing Links in Odisha

ଅନାଥ ଶିଶୁଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ଦେଲେ ଉପହାର

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍କୁଲ ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହୋଇଛନ୍ତି। ନବୀନ ପିଲାମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଏଥିସହିତ ଏସ୍‌ଓଏସ୍‌ ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଟଙ୍କାରେ ବିକାଶ ମୂଳକ କାମ କରାଯିବ। ଏସ୍‌ଓଏସ୍‌ ଭିଲେଜ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।

Comments are closed.