Odisha Link
Bridging the Missing Links in Odisha

ପାରୋଲରେ ଆସିଲେ ହରିୟାଣାର ଭାବି ଉପମୁଖ୍ୟମନ୍ତ୍ରୀଙ୍କ ବାପା, କହିଲେ ମୁଁ ପୁଅକୁ..

ନୂଆଦିଲ୍ଲୀ: ଆଜି ୧୪ଦିନିଆ ପାରୋଲରେ ବାହାରିଲେ ହରିୟାଣାର ଭାବି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ ପ୍ରଶାସନ ଏହି ଅନୁମତି ଦେଇଥିଲା। ପାରୋଲରେ ଆସିବା ପରେ ଅଜୟ ଚୌଟାଲା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ପଅକୁ ବିଜେପି ସହିତ ଯିବାକୁ କହିଥିଲି।

ଆଜି ହରିଆଣାରେ ବିଜେପି-ଜେଜେପି ମେଣ୍ଟ ସରକାର ଶପଥ ଗ୍ରହଣ କରିବେ। ଏହି ଅବସରରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅଜୟ ଚୌଟାଲା ପୁଅର ଶପଥ ଗ୍ରହଣ ଉତ୍ସବ ସମାରୋହରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ହରିୟାଣାରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଜୟ ଜେଲରେ ସଜା କାଟୁଛନ୍ତି। ଇଣ୍ଡିଆନ ନ୍ୟାଶନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଲେଖାଏଁ ଜେଲ୍ ସଜା ଶୁଣାଇଛନ୍ତି।

Comments are closed.