Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୟନ୍ତୀର ପୂର୍ତି ଉତ୍ସବ ନିମନ୍ତେ ବୈଠକ

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୭୫ ବର୍ଷ ଉପଲକ୍ଷେ ବର୍ଷବ୍ୟାପୀ ପାଳନ କରାଯାଉଥିବା ପ୍ଲାଟିନମ ଜୟନ୍ତୀର ପୂର୍ତି ଉତ୍ସବ ଆଗାମୀ ନଭେମ୍ବର ମାସ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହାର ୩ ଦିନ ପୂର୍ବରୁ ନଭେମ୍ବର ୨୪ ତାରିଖରେ ପୁର୍ବତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଲୁମିନି ମିଟ୍ (ପୁନର୍ମିଳନ) କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ବନ୍ଧୁ ମିଳନର ପର୍ବକୁ ସ୍ମରଣୀୟ କରିବା ପାଇଁ ଚଳିତ ମାସ ଅକ୍ଟୋବର ୩୧ ତାରିଖ ଅପରାହ୍ଣରେ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ ଘଟିକାରେ ବିଶ୍ୱ ବିଦ୍ୟାଳୟ ପି.ଜି କାଉନ୍ସିଲ୍ ହଲ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବ ।ଏଥିରେ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗଦେଇ ନଭେମ୍ବର ୨୪ରେ ଆଲୁମିନି ମିଟ୍ ଓ ନଭେମ୍ବର ୨୭ରେ ବିଶ୍ୱ ବିଦ୍ୟାଳୟ ପ୍ଲାଟିନମ୍ ଜୟନ୍ତୀର ପୂର୍ତି ଉତ୍ସବ ପାଳନ ନେଇ ସୃଜନାତ୍ମକ ଆଲୋଚନା କରାଯିବା ସହିତ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି ।

ଏଥି ନିମନ୍ତେ ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କ ଟେଲିଫୋନ୍ନଂ -୦୬୭୪-୨୫୬୭୩୮୭(ମୋ: ୯୪୩୭୦୨୫୮୯୧) ରେ ଯୋଗାଯୋଗ କରିପାରିବେ ବୋଲି ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

Comments are closed.