Odisha Link
Bridging the Missing Links in Odisha

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି!

ଭୁବନେଶ୍ବର: ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଦଳରେ ବହୁ ନେତା ନିରଞ୍ଜନଙ୍କ ଉପରେ ଖୁବ୍ଧ। ଖୋଦ୍ ନିରଞ୍ଜନଙ୍କ କ୍ୟାମ୍ପର ଲୋକ ନିରଞ୍ଜନଙ୍କୁ ହଟାଇବାକୁ ହିଁ ଏକାଠି ହୋଇଛନ୍ତି। ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶା ରାଜନୀତି ଇତିହାସରେ ସବୁଠୁ କମ୍ ସିଟ୍ ପାଇଲା। ଏହା ପରେ ହୋଇଥିବା ଦୁଇଟି ଉପନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହେବା ପରେ ନିରଞ୍ଜନଙ୍କ ଖାସ୍ ଲୋକ ବି ଏବେ ତାଙ୍କ ହାତ ଛାଡିବା ପାଇଁ ସଜବାଜ ହେଉଛନ୍ତି।
ଏନେଇ ଭୁବନେଶ୍ବର ପାନ୍ଥ ନିବାସରେ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଚାଲିଛି। ଯେଉଁଥିରେ ମୁରଲୀଧର ଜେନା, ଅବଦୁଲ ବାରିକ, କୁମାର ଚିରଞ୍ଜିବ, ସନତ ଦାଶ, ଅଶୋକ ସାମଲ, ସଞ୍ଜୟ ହାସ, ତ୍ରିଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି। ଯେଉଁଠି ନେତାମାନେ ବିଚାର ବିମର୍ଷ କରୁଛନ୍ତି କେବେ ନିରଞ୍ଜନଙ୍କ ବିରୋଧରେ ଦିଲ୍ଲୀ ଯାଇ ସୋନିଆଙ୍କ ପାଖରେ ଫେରାଦ ହେବେ।

Comments are closed.