Odisha Link
Bridging the Missing Links in Odisha

ଦିଲ୍ଲୀ ଏମ୍ସ ହେବ ବିଶ୍ବସ୍ତରୀୟ ମେଡିକାଲ୍‌ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ବସ୍ତରୀୟ ରୂପେ ପ୍ରତିଷ୍ଠା କରାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍ସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍ସର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଅଧୀନରେ ଓଡିଶା ସମେତ ଦେଶର ୨୧ଟି ଏମ୍ସ କାର୍ଯ୍ୟ କରିବ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ସହ ଜଡିତ ପ୍ରସ୍ତାବ ଦେବା ପାଇଁ ଏମ୍ସର ପ୍ରତ୍ୟେକ ବିଭାଗକୁ କୁହାଯାଇଛି। ଏଥିସହ ସ୍ବାସ୍ଥ୍ୟସେବା କିଭଳି ସୃଦୃଢ କରାଯାଇପାରିବ ସେ ନେଇ ବିଭିନ୍ନ ପରାମର୍ଶ ମଧ୍ୟ ଦେବେ। ସର୍ଭେ ଶେଷ ହେବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ହସ୍ତଗତ କରାଯିବ। ଓଡିଶାର ଭୁବନେଶ୍ବର ଏମ୍ସ ସମେତ ଦେଶର (କାର୍ଯ୍ୟରତ ଓ ପ୍ରସ୍ତାବିତ) ୨୧ଟି ଏମ୍ସ ବିଶ୍ବସ୍ତରୀୟ ମେଡିକାଲ୍‌ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ଉଲ୍ଲେକଯୋଗ୍ୟ, ଏମ୍ସକୁ ବିଶ୍ବସ୍ତରୀୟ ମେଡିକାଲ୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପି ବେଣୁଗୋପାଳଙ୍କୁ ଉପଦେଷ୍ଟା ରୂପେ ନିଯୁକ୍ତି କରାଯାଇଛି।

Comments are closed.