ବସ୍ରେ ଯାତ୍ରା କଲେ ଅରବିନ୍ଦ କେଜ୍ରିଓ୍ବାଲ, ବୁଝିଲେ ସୁବିଧା ଅସୁବିଧା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭିନ୍ନ ରୂପ। ବସରୁ ବସ୍ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀରେ ମହିଳାଙ୍କ ପାଇଁ ଦିଲ୍ଲୀ ସରକାର ମାଗଣା ବସ୍ ସେବା ଯୋଗାଇ ଦେଇଛନ୍ତି। ମାଗଣା ବସ୍ ସେବା ଦ୍ୱାରା ମହିଳାମାନେ କ’ଣ ସୁବିଧା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେକଥା ବୁଝିବା ପାଇଁ ସେ ଆଜି ବିଭିନ୍ନ ବସ୍ରେ ଯାତାୟାତ କରିଛନ୍ତି।
ଏହି ସମୟରେ ସେ ମହିଳାଙ୍କ ସହ କଥା ହେବା ସହ ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, “ଆଜି ମୁଁ କିଛି ବସ୍ରେ ମହିଳାଙ୍କ ଠାରୁ ସିଧାସଳଖ ଫିଡ୍ ବ୍ୟାକ୍ ପାଇଁ ଯାତାୟାତ କରିଥିଲି। ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଚାକିରି କରିଥିବା ମହିଳା ଓ ସାଧାରଣ ଯାତ୍ରୀମାନେ ଏହି ମାଗଣା ସେବା ଦ୍ୱାରା ଖୁସି ଥିବା କହିଛନ୍ତି।
ଆଜି ଦିଲ୍ଲୀର ସମସ୍ତ ଭଉଣୀ ଭିଆଇପି ହୋଇଯାଇଛନ୍ତି। କାରଣ ପୂର୍ବରୁ କେବଳ ସାଂସଦ ଓ ବିଧାୟକମାନଙ୍କୁ ମାଗଣା ଯାତାୟାତ ସୁବିଧା ମିଳୁଥିଲା। ହେଲେ ଏବେ ମହିଳାମାନେ ଏହି ତାଲିକାରେ ସାମିଲ ହୋଇଛନ୍ତି।”