Odisha Link
Bridging the Missing Links in Odisha

ବିଷ ପିଇ ଚାଷୀ ଆତ୍ମହତ୍ୟା

ସୋର: ବେଲେଶ୍ବର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ କବୀରପୁର ଗ୍ରାମରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବିଜୟ ପରିଡ଼ା ବୋଲି ଜଣାପଡ଼ିଛି। ସେ ଋଣ ଭାର ଯୋଗୁଁ ବିଷ ପିଇଥିବାନେଇ ପରିବର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ବିଜୟ ବିଲରୁ ଫେରିବାପରେ ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ତାଙ୍କୁ ମାର୍କୋଣା ମେଡିକାଲ ନିଆଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ବୁଧବାର ଭଦ୍ରକ ମେଡିକାଲରେ ବିଜୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comments are closed.