Odisha Link
Bridging the Missing Links in Odisha

୧୮ଲକ୍ଷ ଲୁଟ୍ ଘଟଣା ମିଛ: କମ୍ପାନୀ ଟଙ୍କା ହଡପ ଲାଗି ମିଛ

କଟକ: ନିଜେ ନିଜକୁ ଲୁଟ୍‌ କରିଥିବା ଜଣେ ବିଖ୍ୟାତ ଠକକୁ ଗିରଫ କରିଛି ପୁଲିସ। ଏଭଳି ଏକ ରୋଚକ ଘଟଣା ଉପରୁ କଟକ ଜିଲ୍ଲା ପୁଲିସ ପର୍ଦ୍ଦା ଉଠାଇଛି। ଗତକାଲି , ଅର୍ଥାତ ମଙ୍ଗଳବାର ଅପରାହ୍ନରେ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ରାଧାକିଶୋର ପୁର ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍‌ ହୋଇଯିବାର ସନ୍‌ସନି ଖବର ଆସିଥିଲା। ଯାହାର ଛାନଭିନ୍‌ କଲାପରେ ପୁଲିସ ସେହି ବ୍ୟକ୍ତିକୁ ଗିରଫ କରିଛି, ଯିଏ ଲୁଟ୍‌ର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲା। ଆସନ୍ତା ମାସରେ ସମ୍ପୃକ୍ତ ବ୍ୟକ୍ତି ବିବାହ କରିଥାଆନ୍ତା, ବାହାଘର ଖର୍ଚ୍ଚ ଉଠାଇବା ଲାଗି ଗିରଫ ଅଭିଯୁକ୍ତ ଏକ ହାଇଭୋଲ୍ଟେଜ ଡ୍ରାମା ରିଚିଥିଲା ବୋଲି କହିଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଅର୍ଥାତ ଗତକାଲି ୫୫ ନମ୍ବର ଜାତୀୟ ରାଜପଥରେ ୧୮ ଲକ୍ଷ ଟଙ୍କାର ଲୁଟ୍‌ ହୋଇଗଲା ବୋଲି ସଙ୍ଗୀନ ଅଭିଯୋଗ ହୋଇଥିଲା। କିନ୍ତୁ ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ସବୁକିଛିକୁ ବେନକାବ କରିଦେଇଛି ପୁଲିସ। ଘଟଣା ସମ୍ପର୍କୀତ ଯାହାବି କିଛି ତଥ୍ୟ ସବୁ ସାମ୍ନାକୁ ଆସିଛି, ତାହା ବେଶ୍‌ ରୋଚକ ଏବଂ ଆଶ୍ଚର୍ଯ୍ୟଚକିତ କଲାଭଳି। ପୁଲିସ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରିଛି, ସେହିଁ ନିଜେ ନିଜକୁ ଲୁଟ୍‌ କରିଥିଲା ବୋଲି କହିଛନ୍ତି

Comments are closed.