ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପରେ ମନ୍ତ୍ରୀ ପଦକୁ ନେଇ ଛିଣ୍ଡୁନି ଅଙ୍କ, ଉଦ୍ଧବ କହିଲେ..

ମୁମ୍ବାଇ: ଆଜି ଶିବସେନା ତାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ମନୋନୀତ କରିଛି। ପରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ ଶିବସେନା ସଭାପତି ଉଦ୍ଧବ ଠାକରେ। ଆଜି ଦଳୀୟ ବିଧାୟକ ଓ ସମର୍ଥକମାନଙ୍କୁ ଉଦୋବଧନ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣିଥରେ ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଜୋର ଦେଇଛନ୍ତି।
ଉଦ୍ଧବ ଠାକରେ କହିଛନ୍ତି, “ଆମେ ନିଷ୍ପତ୍ତି ଠାରୁ ଅଧିକ କିମ୍ବା ନିଷ୍ପତ୍ତି ଠାରୁ କମ୍ କିଛି ବି ଗ୍ରହଣ କରିବୁ ନାହିଁ। ବର୍ତ୍ତମାନ ସୁଦ୍ଧା ବିଜେପି ସହ କୌଣସି ଆଲୋଚନା ଆଗକୁ ବଢ଼ିନାହିଁ। ଦେବେନ୍ଦ୍ର ଫଡନାଭିସ୍ ଯଦି ପୂର୍ବରୁ ଏଭଳି ୫୦:୫୦ ଫର୍ମୁଲା ଉପରେ ନିଷ୍ପତ୍ତି ହୋଇ ନଥିବା କହୁଛନ୍ତି, ତା’ହେଲେ ମୁଁ କ’ଣ ମିଛ କହୁଛି? ତେଣୁ ନିର୍ବାଚନ ପୂର୍ବରୁ ହୋଇଥିବା ନିଷ୍ପତ୍ତିକୁ ଲାଗୁ କରାଯିବା ଦରକାର।”
ଅନ୍ୟପକ୍ଷରେ ଶବିସେନାକୁ ନେଇ ବିଜେପି ସରକାର ଗଠନ କରିବ ବୋଲି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିପାଇଁ ଦଳ ଶିବସେନାକୁ ୧୪ଟି ମନ୍ତ୍ରୀ ପଦ ଦେବ ବୋଲି କୁହାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ୍ଙ୍କ ଦୁଇ ଜଣ ଡେପୁଟି ରହିବେ।