Odisha Link
Bridging the Missing Links in Odisha

ସୌରଭ ନେଲେ ସେଲଫି, ତାପରେ..

ବାଙ୍ଗାଲୋର: ସୋଶିଆଲ ମିଡିଆ ଚର୍ଚ୍ଚାରେ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୋଶିଆଲ ମଡିଆରେ ଖୁବ୍‌ ଚର୍ଚ୍ଚାରେ। ସୌରଭ ଗାଙ୍ଗୁଲିଙ୍କ ଏକ ସେଲଫି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବୁଧବାର ସେ ବେଙ୍ଗାଲୁରୁ ଯାଇଥିବା ବେଳେ ବିମାନବନ୍ଦରରେ ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିଲେ । ଏହାକୁ ସେ ନିଜେ ଟୁଇଟ୍ କରିବା ପରେ ତାହା ସୋସିଆଲ ମିଡିଆକୁ ଆସିବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା ।

ସୌରଭ ଗାଙ୍ଗୁଲି ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ରରେ ସେୟାର କରିବାର କିଛି ସମୟ ମଧ୍ୟରେ ତାହା ଛାଇ ଯାଇଥିଲା । ସେଲ୍‌ଫିରେ ସୌରଭ ଗାଙ୍ଗୁଲି ଏକ ସାର୍ଟ ଉପରେ ହାତକଟା ସ୍ୱେଟର ପିନ୍ଧିଥିବାର ନଜର ଆସୁଛନ୍ତି । ଫଟୋ ସେୟାର କରି ଗାଙ୍ଗୁଲି ଲେଖିଛନ୍ତି କି, ବେଙ୍ଗାଲୁୁରୁ ବିମାନବନ୍ଦରର ଚେକ୍‌ ଇନ୍‌ରେ ଲୋକମାନଙ୍କ ଭଲ ପାଇବା ଆପଣଙ୍କୁ ବହୁତ ଖୁସି କରାଇଥାଏ ।

Comments are closed.