Odisha Link
Bridging the Missing Links in Odisha

ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ ଉପରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର :ରାଜ୍ୟରେ ପୁଞ୍ଜିନିବେଶ ପରିବେଶକୁ ଅନୁକୂଳ ଏବଂ ବିଦେଶୀ ପୁଞ୍ଜିନିବେଶକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଓଡ଼ିଶା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଏବଂ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାର ସଫଳ ରୂପାୟନ ଫଳରେ ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିବା ତଥା ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି । ଗତକାଲି ନୂଆଦିଲ୍ଲୀଠାରେ ‘ରାଜ୍ୟମାନଙ୍କରେ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଅଭିବୃଦ୍ଧି’ ଶୀର୍ଷକ କର୍ମଶାଳା ଏବଂ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଉପରୋକ୍ତ ମର୍ମରେ ରାଜ୍ୟରେ ‘ମେକ୍‌ ଇନ୍‌ ଓଡ଼ିଶା’ ଆୟୋଜନଠାରୁ ‘ଇନ୍‌ଭେଷ୍ଟମେଣ୍ଟ ମିଟ୍‌’ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପ୍ରକାଶ କରିଥିଲେ । ବୈଠକରେ ୨୦୨୪-୨୫ ବେଳକୁ ଦେଶରେ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରର ଅର୍ଥ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଆଲୋଚନା ହୋଇଥିଲା । ପୁଞ୍ଜିନିବେଶ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେ ପଗୁଡ଼ିକ ବାବଦରେ ମଧ୍ୟ ମତବିନିମୟ ହୋଇଥିଲା । ଜାତୀୟସ୍ତରରେ ସିଙ୍ଗଲ ଓ୍ୱିଣ୍ଡୋ (ଏକକ ବାତାୟନ) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବାବଦରେ ମଧ୍ୟ ବିଚାରବିମର୍ଶ ହୋଇଥିଲା । ‘ମେକ୍‌ ଇନ୍‌ ଇଣ୍ଡିଆ’ ବାବଦରେ ମଧ୍ୟ ବିଭିନ୍ନ ରାଜ୍ୟରୁ ଯାଇଥିବା ମନ୍ତ୍ରୀମାନଙ୍କ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଏଥିରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅଂଶଗ୍ରହଣ କରିଥିଲେ । ରେଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସମେତ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀମାନେ କର୍ମଶାଳାରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ କର୍ମଶାଳା ତଥା ବୈଠକରେ ଉ ପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ ।

Comments are closed.