Odisha Link
Bridging the Missing Links in Odisha

ରାଜ୍ୟରେ ଅନ୍ଧାରୀ ଶାସନ ଚାଲିଛି: ସାଲୁଜା

ଭୁବନେଶ୍ବର: ଅଫିସକରଙ୍କ ମୁହଁରେ ତୁଣ୍ଡି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ରାଜା ରାଜୁଡ଼ା ଓ ଅନ୍ଧାରୀ ଶାସନ ଚାଲିଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମୁହଁରେ ଅଫିସରଙ୍କ ଦ୍ବାରା ତୁଣ୍ଡି ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା।

ପୂର୍ବରୁ ଓଟିଭି ଯିବାକୁ ମନା କରିଥିଲେ ଆଗକୁ ଅନ୍ୟ ଟିଭିକୁ ମଧ୍ୟ ଯିବାକୁ ମନା କରିବେ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ଏଥିସହିତ ଏଠି ମନ୍ତ୍ରୀ, ବିଧାୟକ, ଅଫଇସର କହିବେନି ତ କହିବ କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସାଲୁଜା। କେବଳ ଏଠି ସଚିବ ଓ ଅଫିସର କହିବେ ଏବଂ କରିବେ। ଓଡ଼ିଶାରେ ଅଫିସର ରାଜ୍‌ ଚାଲିଛି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା।

Comments are closed.