Odisha Link
Bridging the Missing Links in Odisha

ଓଡ଼ିଶା ରାଜ୍ୟପାଳଙ୍କୁ କୋରିଆରେ ଡକ୍ଟରେଟ୍

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କୋରିଆର ହାନ୍ସିଓ ବିଶ୍ବିବଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ମିଳିଛି।

ଦକ୍ଷିଣ କୋରିଆର ଏହି ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରେ ଗତକାଲି ଉପସ୍ଥିତ ରହି ‘ଲୋକସେବା’ କ୍ଷେତ୍ରରେ ଡକ୍ଟରେଟ୍‌ ଗ୍ରହଣ କରିଛନ୍ତି। ଏ ଅବସରରେ ସେ ଲୋକସେବାରେ ଶିକ୍ଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଆଗରେ ନିଜର ବକ୍ତବ୍ୟ ରଖିଥିଲେ।

ଡକ୍ଟର ଲାଲ୍‌ ପୂର୍ବରୁ ଜଣେ ଗଣିତ ପ୍ରାଧ୍ୟାପକ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ବେଳେ ନିଜର ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଓ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶାରେ ଖୁଉବ୍‌ ପ୍ରଶଂସା ସାଉଁଟିଛନ୍ତି।

Comments are closed.