ଲାଲଗଡ଼ରେ ପୋଲିସ ମହାନିର୍ଦ୍ଦେଶକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା। ପୋଲିସ ଡିଜିଙ୍କ ସହିତ ଏଡିଜି ଆର.ପି. କୋଚେ, ଗୁଇନ୍ଦା ବିଭାଗ ଆଇଜି ଆର.କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ମଧ୍ୟ ଅଛନ୍ତି।
ମୋ ସରକାର ଓ ୫ଟି କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କୁ ଅବଗତ କରିଛନ୍ତି ପୋଲିସ ମହାନିର୍ଦେଶକ। ଏହାସହ ସ୍ବାଭିମାନ ଅଞ୍ଚଳରେ ପୋଲିସର ମାଓ ଦମନ ପ୍ରକ୍ରିୟା ସହ ବିକାଶ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି।