Odisha Link
Bridging the Missing Links in Odisha

ଲ୍ୟାଣ୍ଡର ବିକ୍ରମ ଭବିଷ୍ୟତରେ ହେବ ସଫ୍ଟ ଲ୍ୟାଣ୍ଡିଂ: କେ.ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଲା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍ ମହାକାଶକୁ ପଠାଇବ। ଏହାର ସାହାଯ୍ୟ ନେଇ ଚନ୍ଦ୍ରରେ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସେ କହିଛନ୍ତି। ସୂଚନାଥାଉକି, ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା। ଏ ନେଇ ଶନିବାର ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ କେ.ସିବନ୍।

‘ମିଶନ ଚନ୍ଦ୍ରଯାନ ୨ ବାବଦରେ ସମସ୍ତେ ଅବଗତ ଅଛନ୍ତି। ବୈଷୟିକ ତ୍ରୁଟି ପାଇଁ ଆମେ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲେ। ହେଲେ ଚନ୍ଦ୍ରପୃଷ୍ଠରୁ ୩୦୦ ମିଟର ଦୂରରେ ଥିବା ପର୍ଯ୍ୟନ୍ତ ଏହି ମିଶନ ସଫଳ ଥିଲା। ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ନହେବା ପରେ ଅନେକ ତଥ୍ୟ ଇସ୍ରୋ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଇବେ’ ବୋଲି ଦିଲ୍ଲୀ ଆଇଆଇଟିର ସୂବର୍ଣ୍ଣ ଜୟନ୍ତୀ ଅବସରରେ ଶିବନ କହିଛନ୍ତି।

Comments are closed.