୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି ବାତ୍ୟା

ଭୁବନେଶ୍ବର: ଆସନ୍ତା ୫ ଦିନ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଡିପ ଡିପ୍ରେସନଟି ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବ। କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଡିପ ଡିପ୍ରେସନ ଏବେ ପାରାଦୀପରୁ ୮ଶହ କିମି ଦୂରରେ ରହିଛି। ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ନେଇ ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି।
ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି କରୁଛି। କେଉଁ ସ୍ଥାନରେ ଉପକୂଳ ଛୁଇଁବ ଏଯାବତ ପୂର୍ବାନୁମାନ କରିନୁ। ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁନପାରେ। ତେବେ ଆସନ୍ତା ୯ ଓ ୧୦ରେ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।