Odisha Link
Bridging the Missing Links in Odisha

କଂଗ୍ରେସର ଚିନ୍ତନ ବୈଠକ: ମୁହଁ ଖୋଲିଲେ ମୋକିମ୍‌, କହିଲେ ଯୁବ..

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଅସନ୍ତୁଷ୍ଟ ନିରଞ୍ଜନଙ୍କ ବିରୋଦ୍ଧରେ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ଏପରିକି ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବାକୁ ମଧ୍ୟ ନିଷ୍ପତ୍ତି ନେଇ ସାରିଛନ୍ତି। ଗତ କିଛି ଦିନ ତଳେ ଅନୁଷ୍ଠିତ ଚିନ୍ତନ ବୈଠକରେ ପିସିସି ସଭାପତି ପାଇଁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଉଠିଥିବାବେଳେ ଆଜି ମୋକିମ ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲଛନ୍ତି।

କଂଗ୍ରେସ ବିଧାୟକ ମୋକିମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି। ଏଥିସହିତ ସେ କହିଛନ୍ତି ଯେ, ଦଳରେ ସର୍ବଦା ବଡ଼ଙ୍କ ସହ ସାନଙ୍କ ମଧ୍ୟ ଆବଶ୍ୟକତା ରହିଛି। ଯୁବକଙ୍କ କାମ ପୌଢ କରିପାରିବେ ନାହିଁ। ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି। ବଡ଼-ଛୋଟଙ୍କ ଭିତରେ ସମନ୍ୱୟ, ସମୀକରଣ ରହିଲେ କଂଗ୍ରେସ ଠିକ ଚାଲିବ ବୋଲି ମୋକିମ କହିଛନ୍ତି ।

ପ୍ରକାଶ ଯେ, ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସମର୍ଥନ ଯୋଗାଡ଼ ପାଇଁ କଂଗ୍ରେସର ଅନ୍ତୁଷ୍ଟମାନେ ଗତ ୪ ତାରିଖ ଦିନ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ। ପିସିସି ସଭାପତି ପଦ ପାଇଁ ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ସମ୍ପୃକ୍ତ ଅସନ୍ତୁଷ୍ଟ ନେତାମାନେ ଶ୍ରୀ ବିଶ୍ୱାଳଙ୍କୁ ଅନୁରୋଧ କରିଥିଲେ।

Comments are closed.