Odisha Link
Bridging the Missing Links in Odisha

ଯାଜପୁରରେ ମୋ ସ୍କୁଲ ଅଧ୍ୟକ୍ଷା

ଯାଜପୁର: ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଏହାର ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି। ବୁଧବାର ଅଧ୍ୟକ୍ଷା ବାଗଚି ଯାଜପୁର ଜିଲା ଗସ୍ତ କରି ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ। ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଦେଇଥିଲେ।
ଯାଜପୁର ଜିଲାରେ ମୋ ସ୍କୁଲ ଅଭିଯାନକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଅଦ୍ୟାବଧି ୪୫ଟି ସ୍କୁଲକୁ ସାମିଲ କରାଯାଇଛି। ଏହି ସମୀକ୍ଷା ବୈଠକରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲାର ସମସ୍ତ ବିଇଓ ଏବଂ ‘ମୋ ସ୍କୁଲ’ର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା, ପ୍ରୋଗ୍ରାମ ଅଫିସର ପ୍ରାର୍ଥବୀର ସାମଲ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.