ବିଲକୁ ଓଲଟିଲା ମିନି ବସ୍: ଜଣେ ମୃତ ଓ ୧୫ ଆହତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ବସ୍ ଦୁର୍ଘଟଣା ହୋଇଛି। ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୋଜି ପାଇଁ ଭଡାରେ ଆସିଥିବା ଦର୍ପ ନାମକ ମିନି ବସଟି ବୋରି ଗ୍ରାମରୁ ତନରଡା ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ବସରେ ବସିଥିବା ଗୋବର୍ଦ୍ଧନ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରଯାଇଛି, ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିବା ଜଣାପଡିଛି।