Odisha Link
Bridging the Missing Links in Odisha

ବସ୍ ଓଲଟି ୩୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଥାନା ପଡା ଗାଁ ଛକ ନିକଟରେ ସଡକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁ୍ର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌।
ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳ ଏବଂ ହତୁରା ମେଡ଼ିକାଲରେ ଭର୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଏବଂ ୩ଜଣ ଶିଶୁ ଅଛନ୍ତି।

Comments are closed.