Odisha Link
Bridging the Missing Links in Odisha

ସମୁଦ୍ରରେ ଫସିରହିଛି ୪୧ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ

ଧାମରା: ସମୁଦ୍ରରେ ଫସିରହିଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ। ସେମାନଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଧାମରାରେ ୭ଟି ବୋଟ ଆସି ପହଁଚିଥିବାବେଳେ ଆହୁରି ୪୩ଟି ବୋଟ ସମୁଦ୍ର ମଧ୍ୟରେ ଫସିରହିଛନ୍ତି। ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଣ୍ଟାଇରେ ଫସିଯାଇଥିଲା ଏହି ୪୧ଟି ବୋଟ। ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଥିଲେ।
ଏହାପରେ ସମସ୍ତ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାର ପ୍ରତିଶୃତି ଦେଇଥିଲେ। ଏହି ସବୁ ମତ୍ସ୍ୟଜୀବୀ ଧାମରାରେ ରହିବେ। କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶାର ଧାମରାକୁ ଫେରିଆସିବାକୁ କୁହାଯାଇଛି। କାରଣ ସେହି ବାଟ ଦେଇ ବୁଲବୁଲ ଅତିକ୍ରମ କରିବ। ଯାହାକି ସେମାନଙ୍କ ପାଇଁ ବିପଦ ଆଣିପାରେ। ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ। ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ।

Comments are closed.