ବସ୍ ବାଇକ୍ ମୁହାଁମୁହିଁ ଧକ୍କା

ବ୍ରହ୍ମଗିରି: ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ତିନି ଗୁରୁତର ହୋଇଛନ୍ତି। ଯାତ୍ରୀବାହୀ ବସ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦେବୀ ନାମକ ଯାତ୍ରୀବାହୀ ବସ ଅରଖକୁଦାରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲା।
ସୂଚନା ଅନୁସାରେ ଦୁଇଟି ବାଇକ ପୁରୀ ପଟୁ ବ୍ରହ୍ମଗିରି ଆସୁଥିଲାବେଳେ ବସ ଟି ଭାରସାମ୍ୟ ହରାଇ ବାଇକ ଦୁଇଟିକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହି ୩ଜଣ ଗୁରୁତର ହୋଇ ପ୍ରଥମେ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ହେଲେ ବଡବନ୍ଧକେରାର ଶ୍ରୀମନ୍ତ ପାଣିଗ୍ରାହୀ, କାଶିଆର ସମୀର ଜେନା ହୋଇଥିବା ବେଳେ ଜଣଙ୍କର ପରିଚୟ ମିଳିପାରିନାହିଁ।