Odisha Link
Bridging the Missing Links in Odisha

ମହଙ୍ଗା ହେବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ। ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଏହାଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କାରେ ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ ୨୪୫ ଟଙ୍କାରେ ଉପଲବ୍ଧ ହେବ। ଦ୍ୱିତୀୟ ଶ୍ରେଣୀ ଏସି, ପ୍ରଥମ ଶ୍ରେଣୀ ଏସି ଏବଂ ଚେୟାର କାର୍‌ରେ ଚା’ ୨୦ ଟଙ୍କାରେ ମିଳିବ, ଯାହାକି ପୂର୍ବରୁ ୧୫ ଟଙ୍କା ଥିଲା। ସେହିଭଳି ଜଳଖିଆ ୯୭ ଟଙ୍କା ବଦଳରେ ୧୦୫ ଟଙ୍କାରେ ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୧୭୫ ବଦଳରେ ୧୮୫ ଟଙ୍କାରେ ଉପଲବ୍ଧ ହେବ।

ଏହି ଅବସରରେ ଆହୁରି ମଧ୍ୟ କୁହାଯାଇଛି, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଉପଲବ୍ଧ କରାଯିବ। ଖାଦ୍ୟର ଉଭୟ ମାନ ଏବଂ ପରିମାଣକୁ ଗୁରୁତ୍ୱ ଦେବା ପାଇଁ ମେନ୍ୟୁରେ ଏଭଳି ପରିବର୍ତ୍ତନ ଅଣାଯିବ ଏବଂ ଆରସିଟିସି ଏହାର ଉତ୍ତରଦାୟିତ୍ୱ ନେବ ବୋଲି କୁହାଯାଇଛି।

Comments are closed.