Odisha Link
Bridging the Missing Links in Odisha

କ୍ରିକେଟ ଓ ରାଜନୀତିରେ ସବୁ କିଛି ସମ୍ଭବ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଦିନକୁ ଦିନ ଜମୁଛି ରାଜନୀତି। ଏଥିସହିତ ଖୁବ୍‌ ଜମୁଛି ବୟାନବାଜି ରାଜନୀତି। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତନୀ ଗଡକରୀ।

ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, “କ୍ରିକେଟ ଓ ରାଜନୀତିରେ ସବୁ କିଛି ସମ୍ଭବ। ଗୋଟିଏ ସମୟରେ ଆପଣ ଭାବୁଥିବେ ମ୍ୟାଚ୍ ଆମେ ହାରିଯିବୁ, ହେଲେ ଏହାର ଠିକ୍ ବିପରୀତ ଘଟଣା ଘଟେ। ତେଣୁ ମହାରାଷ୍ଟ୍ରରେ କିଛି ବି ଘଟିପାରେ। ସମସ୍ତେ ଏହାକୁ ଅପେକ୍ଷା କରନ୍ତୁ।”

ବୁଝାଇ କହିଛନ୍ତି ଯେ, କ୍ରିକେଟରେ ଯେମିତି ଅନେକ ସମୟରେ ବିଜୟ ଲାଭ ଆଡ଼କୁ ଅଗ୍ରସର ହେଉଥିବା ଦଳ ଶେଷ ଓଭରରେ ଯେପରି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ବିଜୟରୁ ବଞ୍ଚିତ ହୋଇଥାଏ। ଠିକ୍‌ ସେମିତି ରାଜନୀତିରେ ନିର୍ବାଚନରେ ବିଜୟ ଲାଭ ପରେ ସରକାର ଗଠନ କରିବାକୁ ଯାଉଥିବା ଦଳ ସରକାର ଗଠନରୁ ବଞ୍ଚିତ ହୋଇ ଯାଇଥାଏ।’ ସେଥିପାଇଁ କ୍ରିକେଟ ଓ ରାଜନୀତିରେ କେତେବେଳେ କିଛି ବି ଘଟିପାରେ। ହାରୁଥିବା ବାଜି ବି ଶେଷ ମୁହୂର୍ତ୍ତରେ ବିଜୟରେ ପରିଣତ ହୋଇପାରେ ‌ବୋଲି କହିଛନ୍ତି ଗଡ଼କରୀ। ଏଥିସହିତ ମୁଁ ଏବେ ଦିଲ୍ଲୀରେ ପହଞ୍ଚିଲି ମହାରାଷ୍ଟ୍ର ରାଜନୀତି ବିଷୟରେ ସବିଶେଷ ଖବର ନାହିଁ।

Comments are closed.