Odisha Link
Bridging the Missing Links in Odisha

ଭୋଟରଙ୍କ ପାଇଁ ଖୁସି ଖବର.. ଜାଣନ୍ତୁ କାରଣ କଣ

ଭୁବନେଶ୍ୱର : ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମର ଅବଧିକୁ ଭୋଟରମାନଙ୍କ ସୁବିଧା ନିମନ୍ତେ ଭାରତର ନିର୍ବାଚନ କମିଶନ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସୁଦ୍ଧା ମୋଟ ୪,୮୫,୨୪୧ ଗୋଟି ଅର୍ଥାତ୍‌ ଶତକଡ଼ା ୯୦.୭୭୭ ପ୍ରତିଶତ ଫର୍ମ ସଂଗ୍ରହ କରାଯାଇଛି ।

ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ବାଦ ପଡ଼ିବା ଏବଂ ଆବଶ୍ୟକ ସଂଶୋଧନ ନିମନ୍ତେ ଯଥାକ୍ରମେ ଫର୍ମ ନଂ-୬,୭ ଏବଂ ୮ ଓ ୮(କ) ଦ୍ୱାରା ଆବେଦନ କରାଯାଇଥାଏ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲ୍ଲାର ଜିଲ୍ଲା ପାଳ ଓ ଉପଜିଲ୍ଲା ପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଭଲ କାର୍ଯ୍ୟକରିଥିବା ଜିଲ୍ଲା ପାଳମାନଙ୍କୁ ଲୋହାନୀ ପ୍ରଶଂସା କରିବା ସହ ୨୦୧୯ ନଭେମ୍ବର ୩୦ ସୁଦ୍ଧା ଶତ ପ୍ରତିଶତ ଆବଶ୍ୟକ ଫର୍ମ ସଂଗ୍ରହ କରିବାକୁ ଜିଲ୍ଲା ପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଭୋଟରମାନେ ମଧ୍ୟ ନିର୍ବାଚନ କମିଶନଙ୍କ ଓ୍ୱେବ୍‌ସାଇଟ୍‌ www.nvps.in କୁ ଯାଇ ନିଜେ ନିଜେ ସେମାନଙ୍କର ଭୋଟର ତାଲିକା ଦେଖିବା ସହ ତ୍ରୁଟି ଥିଲେ ଆବଶ୍ୟକ ସଂଶୋଧନ କରି ପାରିବେ ।

ଏତଦ୍‌ବ୍ୟତୀତ ସବୁ ଉପଖଣ୍ଡ ଅଧୀନରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ର, ଜନସେବାକେନ୍ଦ୍ର, ବି.ଏଲ୍‌.ଓ କିଞ୍ଚା ୧୯୫୦କୁ ଫୋନ୍‌ କରି ଭୋଟର ତାଲିକାର ଯାଞ୍ଚ କାର୍ଯ୍ୟକ୍ରମ ସଂପର୍କରେ ଜାଣି ପାରିବେ ଓ ଆବଶ୍ୟକ ସଂଶୋଧନ କରାଇ ପାରିବେ । ଏହା ପରେ ଆସନ୍ତା ୨୦୧୯ ଡିସେମ୍ବର ୧୬ ତାରିଖରେ ଡ୍ରାଫଟ୍‌ ଭୋଟର ତାଲିକା ପ୍ରକାଶ ପାଇବ ।

ଏ ସଂପର୍କିତ ଦାବି ଓ ଆପତ୍ତି ଆସନ୍ତା ୨୦୧୯ ଡିସେଞ୍ଚର ୧୬ରୁ ୨୦୨୦ ଜାନୁଆରୀ ୧୫ ତାରିଖ ମଧ୍ୟରେ ଗ୍ରହଡ କରାଯିବ । ୨୦୨୦ ଜାନୁଆରୀ ୨୭ ତାରିଖରେ ଦାବି ଓ ଆପତ୍ତିର ଫଇସଲା କରାଯାଇ ୨୦୨୦ ଫେବୃଆରୀ ୭ ତାରିଖ(ଶୁକ୍ରବାର) ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଜଣାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଓ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନୀତି ରଞ୍ଜନ ସେନ୍‌, ଇଞ୍ଜିନିୟର ଇଦି୍ରଶ୍‌ ଖାନ୍‌ଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

Comments are closed.