Odisha Link
Bridging the Missing Links in Odisha

ଶେଷଥର ପାଇଁ ଏଇଠି ବସିଲେ ସିଜେଆଇ ଜଷ୍ଟିସ୍‌ ର‍ଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ଆସନ୍ତା ୧୭ରେ ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଆଜି ଶେଷଥର ପାଇଁ କୋର୍ଟ ନମ୍ବର ୧ରେ ବସିଛନ୍ତି। କୋର୍ଟ ନମ୍ବର ୧ ହେଉଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କୋର୍ଟ। ଏହି ସ୍ଥାନରେ ହିଁ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ହେବା ଦିନଠାରୁ ବିଭିନ୍ନ ମାମଲାର ଶୁଣାଣି କରୁଥିଲେ।

ଆଜି ସିଜେଆଇଙ୍କ ସିଟ୍‌ରେ ଜଷ୍ଟିସ୍‌ ଗୋଗୋଇ ୪ ମିନିଟ୍‌ ପାଇଁ ବସିଥିଲେ। ତାଙ୍କ ପାଖରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଉପସ୍ଥିତ ଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ସଭାପତି ରାକେଶ ଖାନ୍ନା ବାର ପକ୍ଷରୁ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜି ସୁପ୍ରିମକୋର୍ଟ କାର୍ଯ୍ୟ କରିଥିଲେ ହେଁ ଶନିବାର ବନ୍ଦ ରହିବ। ସେହିପରି ରବିବାର ହିଁ ଜଷ୍ଟିସ ଗୋଗୋଇ ଅବସର ନେବେ। ତେଣୁ ଆଜି ଶେଷଥର ପାଇଁ ସେ କୋର୍ଟ ନମ୍ବର ୧ରେ ବସିଛନ୍ତି। ଅବସର ଦିନ ସେ ଭିଡିଓ କନଫରେନସିଂ ଜରିଆରେ ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ବାର୍ତ୍ତା ପ୍ରଦାନ କରିବେ।

Comments are closed.