କୁକୁର ମାରି ଓଲା ଡ୍ରାଇଭର ଗିରଫ

ଭୁବନେଶ୍ୱର: ରାସ୍ତା କଡ଼ରେ ବୁଲୁଥିଲା କୁକୁର ଛୁଆ। ଆଉ ଜଣେ ଓଲା ଡ୍ରାଇଭର କୁକୁର ଛୁଆ ଉପରେ କାର ଚଢାଇ ଦେଇଥିଲା। ଏଥିରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ୪ଟି କୁକୁର ଛୁଆର ଜୀବନ ଯାଇଥିଲା। ଏହା ପରେ ଓଲା ଡ୍ରାଇଭର ବେଫିକର ହୋଇ ପଳାଇଥିଲା। ତେବେ ଏହା ପରେ ଯେଉଁ ଘଟଣା ଘଟିଛି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। କାରଣ କୁକୁର ଛୁଆକୁ ମାରିଥିବା ସମ୍ପୃକ୍ତ ଓଲା କାର ଚାଳକକୁ ଗିରଫ କରାଯାଇଛି।
ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱରସ୍ଥ ଶୈଳଶ୍ରୀବିହାର ଅଞ୍ଚଳର ରାସ୍ତା କଡ଼ରେ ୪ଟି କୁକୁର ଛୁଆ ବୁଲୁଥିବାବେଳେ ଓଲା କାର ଚାଳକ ତଥା କାହ୍ନୁଚରଣ ଗିରି ସେମାନଙ୍କ ଉପରେ କାରଟିକୁ ମଡ଼ାଇ ଦେଇଥିଲା। ଆଉ ଘଟଣାସ୍ଥଳରେ ୪ଟି କୁକୁର ଛୁଆର ମୃତୁ୍ୟ ହୋଇଥିଲା। ଏନେଇ ପିପୁଲ ଫର ଆନିମଲ ପକ୍ଷରୁ ଏତଲା ଦିଆଯିବା ପରେ ଚନ୍ଦ୍ରଶେଖର ପୁଲିସ କାହ୍ନୁଚରଣ ଗିରିକୁ ପୁଲିସ ଗିରଫ କରିଛି।