Odisha Link
Bridging the Missing Links in Odisha

୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି। ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ସମୀର କହିଛନ୍ତି, ରାଜ୍ୟରେ ୩୭୦ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନଥିବା ବେଳେ ଆରଏମଏସଏ ନିୟମାବଳୀ ଅନୁସାରେ ହାଇସ୍କୁଲ ପ୍ରତିଷ୍ଠା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଏଣୁ ହାଇସ୍କୁଲ ନଥିବା ଗ୍ରାମପଞ୍ଚାୟତ ଗୁଡିକରେ ଆରଏମଏସଏ ନିୟମାବଳୀ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Comments are closed.