Odisha Link
Bridging the Missing Links in Odisha

ସାନ୍‌ ଓ ସ୍ମୃତିଙ୍କ ନିଆରା ସଂଘର୍ଷ

କେରଳ: କୁହାଯାଏ ପତି-ପତ୍ନୀଙ୍କ ସଂପର୍କ ଦୁଇ ମନ ଗୋଟିଏ ପ୍ରାଣ ବୋଲି। ଏମିତି ଏକ ନିଆରା ସ୍ୱାମୀ-ସ୍ତ୍ରୀ ସଂପର୍କ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାତ ଜନ୍ମ ଏକାଠି ରହିବାକୁ ପଣ କରି ଏହାକୁ ସତ ଭାବେ ପ୍ରମାଣିତ କରିଛନ୍ତି ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ। ବିବାହର କିଛି ବର୍ଷ ପରେ ହଠାତ୍ ଜଣାପଡ଼ିଥିଲା ସ୍ମୃତିଙ୍କୁ ମାରାତ୍ମକ କ୍ୟାନ୍‌ସର ହୋଇଛି। କ୍ୟାନ୍‌ସର ପାଇଁ କେମୋଥେରେଫି ନେବା ପରେ ସ୍ମୃତିଙ୍କ ସବୁ ଚୁଟି ଝଢ଼ି ଗଲା । ସ୍ତ୍ରୀଙ୍କୁ ଏକୁଟିଆ ଅନୁଭବ ନକରିବା ପାଇଁ ସାନ୍ ବି ନିଜେ ଲଣ୍ଡା ହୋଇଯାଇଥିଲେ। ସ୍ତ୍ରୀ ସ୍ମୃତିକୁ ସବୁ ଖୁସି ଦେବା ପାଇଁ ଚେଷ୍ଟା କରିଛନ୍ତି। ସେବେଠୁ ଗଲା ଦୁଇ ବର୍ଷ ଧରି ସ୍ମୃତି ଓ ସାନ୍ ଏକାଠି କ୍ୟାନ୍‌ସର ସହ ଲଢ଼େଇ କରୁଛନ୍ତି।

ତେବେ ସ୍ମୃତିଙ୍କ ଚିକିତ୍ସା ପାଇଁ ସାନ୍ ନିଜର ସବୁ ଅର୍ଜିତ ଟଙ୍କା ଖର୍ଚ୍ଚ କରିବା ସହ ନିଜ ହାତରେ ବନାଇଥିବା ପେଟିଂକୁ ବି ବିକ୍ରି କରିଦେଇଛନ୍ତି । ସୋଶାଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଲୋକେ ସାନ୍‌ଙ୍କ ପେଟିଂ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ନିକଟରେ ସାନ୍, ସ୍ମୃତିଙ୍କ ଫଟୋ ଅପଲୋଡ କରିଛନ୍ତି। ଯେଉଁଥରେ ସ୍ମତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ ଉଲ୍ଲେଖ କରିଛନ୍ତି।

Comments are closed.