Odisha Link
Bridging the Missing Links in Odisha

ବାଣୀବିହାର କ୍ୟାମ୍ପସ୍‌ରେ ଯୁବକଙ୍କ ଆତ୍ମହତ୍ୟା ଧମକ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ୍‌ରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ଯୁବକ ଜଣକ ଉଲଗ୍ନ ଅବସ୍ଥାରେ ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟା କରିବାର ଧମକ ଦେଉଛନ୍ତି। ଏହି ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ଘଟଣା ସ୍ଥଳରେ ପହଞ୍ଚିଛି ଦମକଳବାହିନୀ। ୩ ପ୍ରକାରର ଉଦ୍ୟମରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଗୋଟିଏ ବୁଣ୍ଟୋ ସ୍କାଏ ଜରିଆରେ ତାଙ୍କୁ ଏନଗେଜ୍‌ କରିବା ସହ ଅନ୍ୟ ବୁଣ୍ଟୋ ସ୍କାଏ ଜରିଆରେ ଚଢି ତାଙ୍କୁ କାବୁ କରିବାର ଉଦ୍ୟମ କରାଯାଉଛି। ଏଥିସହ ତୃତୀୟ ବିକଳ୍ପ ଭାବେ ଜାଲ ମଧ୍ୟ ବିଛାଯାଇଛି। ଉଦ୍ଧାର କାର୍ଯ୍ୟରେ ମନସ୍ତତ୍ତ୍ବବିତ୍‌ ସାମିଲ ହେବା ସହ ଯୁବକ ଜଣଙ୍କୁ ତଳକୁ ଆସିବା ପାଇଁ  ବୁଝାଉଛନ୍ତି।

ସୂଚନା ଅନୁସାରେ, ଆସନ୍ତା ପ୍ଲାଟିନମ୍ ଜୁବୁଲି ପାଳିତ ହେବାକୁ ଥିବା ବେଳେ ଏନେଇ ପରିଜା ଲାଇବ୍ରେରୀରେ ରଙ୍ଗ କାମ ହେଉଥିଲା। ସେଠାରେ ଲଗା ଯାଇଥିବା ସିଡିରେ ଚଢି ଯୁବକ ଜଣକ ପରିଜା ଲାଇବ୍ରେରୀର ଛାତ ଉପରକୁ ଯାଇ ସେଠାରୁ ଡେଇଁବା ପାଇଁ ଧମକ ଦେଉଛନ୍ତି।
ଦେଖନ୍ତୁ ଭିଡିଓ

https://youtu.be/3cuH55CGOIA

https://youtu.be/zvdYIjFShlQ

Comments are closed.